କାନ୍ତ କବି - ସନ୍ଧ୍ୟାରାଣୀ ହୋତା

 


ପିତା ନାମ ଚୌଧୁରୀ ଭାଗବତ ଅଟେ

ମାତା ନାମ ରାଧା ମଣୀ

ତାଙ୍କ ଗରଭରୁ ଜନମିଲ ଆହେ

ଲକ୍ଷ୍ମୀକାନ୍ତ ଶିରୋମଣି।।


ଉଣେଇଶ ଅଠାଅସି ଡିସେମ୍ବର

ନଅ ତାରିଖ ରେ ବୀର

ଭଦ୍ରକ ତିହିଡି ତାଳ ପଦା ଗ୍ରାମେ

ଭୂମି ସ୍ପର୍ଶ ଯେ ତୁମର।।


ସମ୍ଭ୍ରାନ୍ତ ଘରରେ ଜନମିଲ ଆହେ

କ୍ରମେ ଗଲା ଜମିଦାରୀ

ଦୁଃଖର ପାହାଡ଼ ଜୀବନକୁ ତୁମ

ଅକାଳରେ ଦେଲା ମାଡ଼ି।।


ପଚିଶ ବର୍ଷ ରେ କୁଷ୍ଠା କ୍ରାନ୍ତ ହେଲ

ଦୁଃଖେ ବିତିଲା ଜୀବନ

ତଥାପି ଉତ୍କଳ ବରପୁତ୍ର ତୁମେ

ହାରି ନାହଁ ସ୍ୱାଭିମାନ।।


କଲମ ମୁନକୁ ଶକ୍ତ କରି ଲେଖ

ଦେଶାତ୍ମ ବୋଧକ ଗୀତ

କି ମାଦକ ଥିଲା ସତେ ସେ ଗୀତରେ

ଜାଗିଲା ପୁର ପଲ୍ଲୀ ତ।।


ଏକାଧାରେ କବି ଗାଳ୍ପିକ ନା ଟ୍ୟି କ

ଥିଲ ଯେ ଔପନ୍ୟାସିକ

ଲେଖନୀ ମୁନରେ ସବୁରି ପ୍ରାଣକୁ

କରିଥିଲ ଜାଗରୁକ ।।


କଣା ମାମୁଁ, ବୁଢ଼ା ଶଙ୍ଖାରୀ ସହିତ

ବନ୍ଦେ ଉତ୍କଳ ରଚିଲ

ମାସିକ ସାହିତ୍ୟ ପତ୍ରିକା ଡଗର 

ପ୍ରତିଷ୍ଠାତା ହୋଇଥିଲ ।।


ତୁମ କବିତା ର ଅଗ୍ନି ସ୍ଫୁରଣ ରେ

ତାତି ଉଠିଲେ ସରବେ

ଅସହଯୋଗ, ଲବଣ ସତ୍ୟାଗ୍ରହେ 

ମିଶିଥିଲ ସ ଗରବେ ।।


ଚବିଶି ଫେବୃୟାରୀ ଉଣିଶ ତେପନ

ଛାଡ଼ିଗଲ ଇହ ଧାମ

ତୁମ ପରି ପୁତ୍ର ଝୁରୁଛି ଉତ୍କଳ

ଆସ ହେ ମହା ମହିମ ।।


(ସନ୍ଧ୍ୟାରାଣୀ ହୋତା

ଡାବୁଗାଁ, ନବରଙ୍ଗପୁର)

Post a Comment

0 Comments